ତାଲା ଭାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁର୍ବୃତ୍ତ ଲୁଟିନେଲେ ଏଲ୍‌ଇଡି ଟିଭି, ପ୍ରିଣ୍ଟର

ଭୁବନ,୫ା୧୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରୁ ବୁଧବାର ବିଳମ୍ବିତ ରାତିରେ ଏଲ୍‌ଇଡି ଟିଭି ଓ ପ୍ରିଣ୍ଟର ଚୋରି ହୋଇଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଘରକୁ ଫେରିବାର ପରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିନେଇଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଓଡ଼ିଶ ପଞ୍ଚାୟତ ସହିତ ଯାଜପୁର ଜିଲାରେ ବସବାସ କରୁଥିବା ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ରାତ୍ର ଜଗୁଆଳ ନ ଥିବାରୁ ଏହାର ସୁଯୋଗ ନେଇ ବାରମ୍ବାର ଚୋରି ହେଉଥିବାବେଳେ ବୁଧବାର ରାତିରେ ତାଲା ଭାଙ୍ଗି ଚୋରି ହୋଇଛି। ଗୁରୁବାର ସକାଳୁ କର୍ମଚାରୀମାନେ ଡାକ୍ତରଖାନାକୁ ଆସି ଦେଖିବା ବେଳକୁ ତାଲା ଭଙ୍ଗାଯାଇଥିବାବେଳେ ଏଲ୍‌ଇଡି ଟିଭି ଏବଂ ପ୍ରିଣ୍ଟର ନ ଥିବା ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ସେଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ଶ୍ରଦ୍ଧାଞ୍ଜଳି ମାରିକଙ୍କୁ ଜଣାଇଥିଲେ। ସେ ସଙ୍ଗେସଙ୍ଗେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହିତ ଭୁବନ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଲଗାଯାଇଥିବା ସିସି ଟିଭିକୁ ଯାଞ୍ଚ କରିଥିଲେ। ସିସିଟିଭିରେ ଉତ୍ତୋଳନ ହୋଇଥିବା ଫଟୋଗୁଡ଼ିକ ସ୍ପଷ୍ଟ ଜଣାପଡୁନାହିଁ। ଯଥାଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼: ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ୱର,୧୬ା୧୨(ଅନିଲ ଦାସ)-ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା...

ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର 

ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ...

ବାଇକ୍‌ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ଼/କୋକସରା,୧୬ା୧୨ (ସୁନୀଲ କୁମାର ସିଂହ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଖନାଗୁଡା ଛକ ନିକଟରେ ସୋମବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ...

ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ...

ଓଡ଼ିଶାକୁ ଆଗ୍ରାଧିକାର: ଜାନୁଆରୀ ମାସରେ ୨ ଥର ଆସିବେ ପ୍ରଧାନମନ୍ତ୍ରୀ

କଟକ,୧୬।୧୨: ଜାନୁଆରୀ ମାସରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଭୁବନେଶ୍ୱରରେ...

ଦଲାଲଙ୍କ ପ୍ରତି ସତର୍କ ରହିବାକୁ ଚେତେଇଦେଲା OPSC: ଜାଣନ୍ତୁ କିପରି କରିବେ ଅଭିଯୋଗ ?

କଟକ,୧୬।୧୨: ରାଜ୍ୟରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ହେଉଥିବା ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ଏହି ବିଷୟକୁ ନେଇ ବିବାଦ ସହିତ ଚର୍ଚ୍ଚା ମଧ୍ୟ ବୃଦ୍ଧି...

ମଙ୍ଗଳବାରଠୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ,୧୬।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର...

ଅପରାଧୀଠାରୁ ପାଦେ ଆଗରେ ରହିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ଵର, ୧୬।୧୨: ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri