Categories: ବାଣିଜ୍ୟ

ମହିଳା ଜୋତା ବର୍ଗରେ ଲି କୁପର

ଭୁବନେଶ୍ୱର,୧୭।୩: ରିଲାଏନ୍ସ ରିଟେଲର ଲୋକପ୍ରିୟ ଡେନିମ୍‌ ବ୍ରାଣ୍ଡ୍‌ ‘ଲି କୁପର’ପ୍ରଥମ ଥର ପାଇଁ ମହିଳା ଜୋତା ବର୍ଗରେ ପ୍ରବେଶ କରିଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ଓ୍ବମେନ ଫୁଟ୍‌ଓ୍ବେର କଲେକ୍ସନର ଉନ୍ମୋଚନ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷ କରି ମୁମ୍ବାଇରେ ବ୍ରାଣ୍ଡ୍‌ର ଫ୍ଲାଗ୍‌ଶିପ ମହିଳା ଜୋତା ସଂଗ୍ରହ ଅଭିଯାନ ‘ଶୁଜ୍‌ ଡୁ ନଟ୍‌ ଜଜ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ରାଣ୍ଡ୍‌ର ନୂତନ କଲେକ୍ସନଗୁଡିକୁ ଉନ୍ମୋଚନ କରିବା ସହ ବଜାର ପ୍ରବେଶ କରାଇଥିଲେ। ସେହିଭଳି ବ୍ରାଣ୍ଡ୍‌ର ସ୍ପ୍ରିଂ-ସମର କଲେକ୍ସନ-୨୪କୁ ଉନ୍ମୋଚନ ସହ ଜୋତାଗୁଡିକର ଡିଜାଇନ, ଷ୍ଟାଇଲ ଓ କଲର ଆଦି ବିଷୟରେ ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share