ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍‌କୁମ୍‌ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା ଦୀର୍ଘ ଦିନରୁ ୟୁକେର ଜଣେ ବ୍ୟବସାୟୀ ରାହୁଲ ସଚଦେବାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଥିଲା। ୨୦୧୪ରେ ସେମାନେ ନିର୍ବନ୍ଧ କରିଥିବା ବେଳେ ଏବେ ଉଭୟ ଅଲଗା ହୋଇଥିବା କହିଛନ୍ତି ଅଭିନେତ୍ରୀ।

ଏକ ସାକ୍ଷାତକାରରେ ଲୀନା କହିଛନ୍ତି, ମୁଁ ଏବଂ ରାହୁଲ ଏବେ ଏକାଠି ନାହୁଁ। ନିର୍ବନ୍ଧ ପରେ ବିବାହ କରିବାକୁ ଯୋଜନା କରିଥିଲୁ। ହେଲେ ଦୁର୍ଭାଗ୍ୟକୁ ଆମ ଭିତରେ ସବୁକିଛି ଠିକ୍‌ ଚାଲି ନ ଥିଲା। ଏବେ ସେ ଏକାକୀ ବେଶ୍‌ ଭଲରେ ଅଛନ୍ତି। କେଉଁଭଳି ସାଥୀ ଖୋଜୁଛନ୍ତି ପ୍ରଶ୍ନରେ ସେ କୁହନ୍ତି, ଶୀଘ୍ର ଏଥିନିମନ୍ତେ କିଛି କରିବାକୁ ଚାହେଁନା। ଡେଟିଂ ପାଇଁ ପ୍ରସ୍ତୁତ। ହେଲେ ସେହି ମଣିଷଟି ଯୋଗ୍ୟର ହେବା ଉଚିତ। ପରିବାରଲୋକେ ସେ ବିବାହ କରି ନିଅନ୍ତୁ ବୋଲି ଚାହୁଁଛନ୍ତି। ପରିସ୍ଥିତି ଏବଂ ସମୟ ଅନୁଯାୟୀ ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Share