Categories: ଜାତୀୟ

କାଳୀ ପୋଷ୍ଟର ବିବାଦ ପରେ ଲୀନାଙ୍କ ନୂଆ ଟୁଇଟ, ଶିବ-ପାର୍ବତୀ ଟାଣୁଛନ୍ତି ସିଗାରେଟ

କୋଲକାତା,୭ ।୭: କାଳୀ ଫିଲ୍ମର ପୋଷ୍ଟରକୁ ନେଇ ବିବାଦ ଉଠିବା ପରେ ଏବେ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ଆଉ ଏକ ଟୁଇଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହାକୁ ନେଇ ପୁଣି ଏକ ବିବାଦ ମୁଣ୍ଡ ଟେକି ପାରେ ବୋଲି ଅନୁମାନ କରାଯାଉଛି । ଏହି ଫଟୋରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର ଧୁମ୍ରପାନ ବା ସିଗାରେଟ ଟାଣୁଥିବା ଦେଖାଯାଇଛି ।
ଫଟୋକୁ ଟୁଇଟ କରି ଲୀନା ମାନିମେକଲାଇ ଲେଖିଛନ୍ତି, ‘ଏଲ୍ସ ହୋୟାର’ । ଏହା ଉପରେ ଟୁଇଟର ୟୁଜର୍ସ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ତାଙ୍କୁ କେବଳ ଅଶାନ୍ତ ବାତାବରଣ ସୃଷ୍ଟି କରିବା ଜଣା । ଅନ୍ୟଜଣେ ଲେଖିଛନ୍ତି ଧର୍ମର ଅପମାନ କରିବା ବନ୍ଦ କରିବା ଦରକାର । ଲୀନା ମାନିମେକଲାଇଙ୍କ ଦ୍ୱାରା ଟୁଇଟ କରାଯାଇଥିବା ଏହି ଫଟୋକୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା ବି ମିଳୁଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶହଜାଦ ପୁନାୱାଲା ବୟାନ ଦେଇଛନ୍ତି, ସେ କହିଛନ୍ତି ଏହା ରଚନାତ୍ମକ ଅଭିବ୍ୟକ୍ତିର କଥା ନୁହେଁ । ଏହାକୁ ଜାଣିଶୁଣି ଉସକାଇବା ମାମଲା । ପୁନାୱାଲା ଆହୁରି ମଧ୍ୟ କହିଛନ୍ତି, ଲୀନାଙ୍କ ସାହସ ଆହୁରି ବଢୁଛି, କାରଣ ସେ ଜାଣିଛନ୍ତି ଲେପ୍ଟ ପାର୍ଟି, କଂଗ୍ରେସ, ଟିଏମସି ତାଙ୍କୁ ସମର୍ଥନ କରୁଛନ୍ତି । ଏବେ ପର୍ଯ୍ୟନ୍ତ ଟିଏମସି ମହୁଆ ମୋଇତ୍ରାଙ୍କ ଉପରେ କୌଣସି ଆକ୍ସନ ନେଇ ନାହିଁ ।

Share