ଟ୍ରମ୍ପ୍‌ଙ୍କ ଚ୍ୟାଲେଞ୍ଜର ହେବେ ଲିଜ୍‌

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଦୂରେଇ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇବେ ବୋଲି ରିପବ୍ଳିକାନ୍‌ ରିପ୍ରେଜେଣ୍ଟେଟିଭ୍‌ ଲିଜ୍‌ ଚେନି ପଣ କରିଛନ୍ତି। ଟ୍ରମ୍ପ୍‌ଙ୍କ ସମର୍ଥତ୍ତ ପ୍ରାଇମେରି ଚ୍ୟାଲେଞ୍ଜର ହ୍ୟାରିଏଟ୍‌ ହେଗ୍‌ମ୍ୟାନଙ୍କଠାରୁ ହାରିଯିବା ପରେ ଚେନି କହିଛନ୍ତି, ସେ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ଉପରେ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ଗତବର୍ଷ କ୍ୟାପିଟୋଲ ବିଲ୍ଡିଂରେ ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କୁ ମତାଇ ଦଙ୍ଗା ଭିଆଇଥିବା ଅଭିଯୋଗର ଶୁଣାଣି ଚାଲିଛି। ରିପବ୍ଲିକାନ୍‌ମାନେ ଏହାକୁ ନେଇ ଡେମୋକ୍ରାଟ୍‌ ଟ୍ରମ୍ପ୍‌ଙ୍କୁ ଆସନ୍ତା ନିର୍ବାଚନରେ ରାଷ୍ଟ୍ରପତି ଦୌଡ଼ରୁ ବାହାର କରିବାକୁ ଉଦ୍ୟମ ଚଳାଇଥିବାବେଳେ ଚେନିଙ୍କ ଘୋଷଣା ବିଶେଷ ତାତ୍ପର୍ଯ୍ୟ ବହନ କରେ।

Share