Categories: ଫୁରସତ

ବାମହାତୀ ବ୍ୟକ୍ତି ଅଧିକ ସଫଳ

ଅଧିକାଂଶ ଲୋକ ଡାହାଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥା’ନ୍ତି। ସେମାନଙ୍କୁ ଲେଫ୍ଟି (ବାମହାତୀ )ବୋଲି କୁହାଯାଇଥାଏ। ପୃଥିବୀରେ ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦% । ଏଭଳି ବ୍ୟକ୍ତିଙ୍କ ସମ୍ମାନାର୍ଥେ ୧୩ ଅଗଷ୍ଟକୁ ଅନ୍ତର୍ଜାତୀୟ ବାମହାତୀ ଦିବସ ଭାବେ ପାଳନ କରାଯାଇଥାଏ।
ପୃଥିବୀରେ ପାଖାପାଖି ୭୦ କୋଟି ୮୦ଲକ୍ଷରୁ ଅଧିକ ବାମହାତୀ ଅଛନ୍ତି । ମହିଳା ବାମହାତୀଙ୍କ ଅପେକ୍ଷା ପୁରୁଷ ବାମହାତୀଙ୍କ ସଂଖ୍ୟା ଅଧିକ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ଦକ୍ଷତା ପୃଥିବୀକୁ ପ୍ରଭାବିତ କରିପାରିଛି। ଆରିଷ୍ଟଟଲଙ୍କଠାରୁ ଆରମ୍ଭ କରି ଲିଓନାର୍ଡୋ ଦା ଭିନ୍ସ, ନେପୋଲିଅନ ବୋନାପାର୍ଟ ଏବଂ ଓବାମାଙ୍କ ଭଳି ଅନେକ ପ୍ରଭାବଶାଳୀ ବାମହାତୀ ବ୍ୟକ୍ତି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ସେହିଭଳି କେତେକ ସଫଳ ବାମହାତୀ ବ୍ୟକ୍ତିଙ୍କ ସମ୍ପର୍କରେ…
ମହାତ୍ମା ଗାନ୍ଧୀ, ଆଇନ୍‌ଷ୍ଟାଇନ, ନରେନ୍ଦ୍ର ମୋଦି, ନବୀନ ପଟ୍ଟନାୟକ, ଅମିତାଭ ବଚ୍ଚନ, ରଜନୀକାନ୍ତ, ସଚିନ ତେନ୍ଦୁଲକର, ସିକ୍ସର କିଙ୍ଗ ଯୁବରାଜ ସିଂ, ସୌରଭ ଗାଙ୍ଗୁଲି, ଶିଖର ଧାୱନ, ଓପ୍ରା ୱିନ୍‌ଫ୍ରେ, ରତନ ଟାଟା, ବାରାକ୍‌ ଓବାମା, ମାର୍କ ଜୁକରବର୍ଗ, ବିଲ୍‌ କ୍ଲିଣ୍ଟନ, ବିଲ୍‌ ଗେଟ୍‌ସ,ଆଞ୍ଜେଲିନା ଜୋଲି ପ୍ରମୁଖ ।

Share