ବିଜେଡି ଛାଡ଼ିଥିଲେ : ଏବେ ଫେରାଇ ଆଣିବାକୁ…

ବରୀ,୨୦।୮(ମହେନ୍ଦ୍ର ସ୍ବାଇଁ): ବରୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ ବିଜେଡିରେ ଥିଲେ ବି ସମାନ୍ତରଳ ଭାବେ ନିଜର ପ୍ରାର୍ଥୀ ଦେଇଥିଲେ। ମାତ୍ର ମଲିକଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ ତାଙ୍କ ସମର୍ଥକମାନେ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ ା ସେଥିପାଇଁ ମଲିକ ଅଶୋକ କୁମାର ଗେଡ଼ିକୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବାକୁ ସମର୍ଥ ହୋଇଥିଲେ। ମାତ୍ର ଗତ ୧୬ ତାରିଖରେ ବିଶ୍ୱଙ୍କ ସମର୍ଥିତ ଅଧ୍ୟକ୍ଷ ଗେଡ଼ି ନିଜ ସମର୍ଥିତ ୧୨ଜଣ ସମିତି ସଭ୍ୟାସଭ୍ୟ ଓ ୬ଜଣ ସରପଞ୍ଚଙ୍କୁ ନେଇ ଭାଜପାରେ ଯୋଗଦେଇଥିଲେ।
ଏହାପରେ ବରୀ ବିଜେଡି ନୂତନ ରଣକୌଶଳ ଆପଣେଇଛି।  ବିଧାୟକ ବିଶ୍ୱ ନିଜ ସମର୍ଥିତ ଆଗଧାଡ଼ିର ନେତାମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଦଳ ଛାଡ଼ିଥିବା ଜନପ୍ରତିନିଧିମାନଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଉଦ୍ୟମ କରିବାକୁ ବିଧାୟକ ପରାର୍ମଶ ଦେଇଛନ୍ତି। ଏହା ଉଭୟ ଭାଜପା ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତେ ବରୀର ରାଜନୈତିକ ସ୍ଥିତି ଉପରେ ନଜର ରଖିଛନ୍ତି୨୦।

Share