ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏହାର ଜ୍ୱଳନ୍ତ ରାଜସ୍ଥାନର ଜାଲୋର ଜିଲାର ଜଶଓ୍ବନ୍ତପୁରାର ମୋର କଓ୍ବଁର। ସେ ଅଷ୍ଟମ ଶ୍ରେଣୀ ପରେ ସ୍କୁଲ ଛାଡିଦେଇଥିଲେ। ୧୦ ବର୍ଷ ପରେ ପୁଣି ପାଠପଢା ଆରମ୍ଭ କରି ରାଜସ୍ଥାନ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆରଏଏସ ପରୀକ୍ଷାରେ ସେ ୫୧୯ ର଼୍ୟାଙ୍କ୍‌ ରଖିଛନ୍ତି। ଜଶଓ୍ବନ୍ତପୁରର ଥୁର୍‌ ଗ୍ରାମପଞ୍ଚାୟତରେ ଶିଣଧରା ନାମକ ଏକ ରାଜସ୍ବ ଗ୍ରାମ ରହିଛି। ଏହି ଗ୍ରାମରେ ୨୦୦୦ ମସିହାରେ ପଞ୍ଚମ ପର୍ଯ୍ୟନ୍ତ ସରକାରୀ ସ୍କୁଲ ଥିଲା। ଉମେଦସିଂ ପରମାରଙ୍କ ଝିଅ ମୋର କଓ୍ବଁର ଏହି ସ୍କୁଲରେ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢିବା ପରେ ଆଉ ପଢିବାକୁ ଚାହୁଁଥିଲେ। କିନ୍ତୁ ବ୍ୟବସ୍ଥା ଅଭାବରୁ ସେ ଅନ୍ୟ ଗାଁକୁ ଯାଇ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢିଲେ। ଏହାପରେ ସ୍କୁଲ ଛାଡିଦେଇଥିଲେ। ପରେ ଏମିତି ଘରେ ରହିଲେ। ୧୦ ବର୍ଷ ପରେ ସେ ପୁଣି ପାଠପଢିବା ପାଇଁ ମନ ବଳାଇଲେ। ୨୨ ବର୍ଷ ବୟସରେ ମୋର କଓ୍ବଁର ପ୍ରାଇଭେଟ୍‌ରେ ପାଠ ପଢା ଆରମ୍ଭ କଲେ। ୨୦୧୮ରେ ସ୍ନାତ୍ତକ ଡିଗ୍ରୀ ପରେ ସେ ଆରଏଏସ୍‌ ପରୀକ୍ଷା ଦେଲେ। ପ୍ରଥମ ପ୍ରାୟସରେ ସେ ସଫଳତା ପାଇଥିଲେ। ରୋଚକ କଥା ହେଉଛି ମୋର କଓ୍ବଁରଙ୍କ ଗାଁରେ ଆଜି ବି ଅଷ୍ଟମ ପର୍ଯ୍ୟନ୍ତ ସେହି ସ୍କୁଲ ଅଛି। ମେkାର ନିଜ ସଫଳତାରେ ଖୁସି ଅଛନ୍ତି।

Share