ଘରୁ ବାହାରି ଫେରି ନ ଥିଲେ: ମିଳିଲା ମୃତଦେହ

କୋକସରା,୧୨।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୋଟେର ପୋଲିସ ଫାଣ୍ଡି ଚାରବାହାଲ ପଞ୍ଚାୟତ ଘୁମରଗୁଡା ଗ୍ରାମ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଖଗେଶ୍ବର ଘି (୨୫)। ପାରିପାଶର୍‌ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି।

ମିଳିଥିବା ସୂଚନା ମୁତାବକ, ମୋଟେର ପୋଲିସ ଫାଣ୍ଡି ଘୁମରଗୁଡା ଗ୍ରାମର ଖଗେଶ୍ବର ରବିବାର ଅପରାହ୍ନରେ ଘରୁ ବାହାରି ଆଉ ଫେରି ନ ଥିଲେ। ସୋମବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଚାଷ ଜମି ନିକଟରେ ଥିବା ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୨/୨୩) ରୁଜୁ ହୋଇଛି।

Share