ରଣବୀରଙ୍କ ସମେତ ପୁରା ପରିବାର ନାମରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି…

ବମ୍ବେ: ‘କ୍ରିସମାସ’ ଅବସରରେ କେକ୍‌ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା ପରିବାର ନାମରେ ମାମଲା ରୁଜୁ ହୋଇଛି। ସେ ଏଭଳି କରି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆହତ କରିଥିବା କୁହାଯାଇଛି। ସୋସିଆଲ ମିଡିଆରେ ରଣବୀରଙ୍କ ଭିଡିଓ ଭାଇରାଲ ହେବା ପରେ ଲୋକେ ପ୍ରତିକ୍ରିୟା ରଖିଥିଲେ।

ଭାରତୀୟ ଦଣ୍ଡବିଧାନ ଧାରା ୨୯୫,୫୦୯, ୩୪ ଅନୁଯାୟୀ ରଣବୀର ଏବଂ ତାଙ୍କ କପୁର ପରିବାର ଉପରେ ସନାତନ ଧର୍ମର ଭାବନାକୁ ଆହତ କରିବା ନେଇ ମାମଲା ରୁଜୁ ହୋଇଛି। ସଞ୍ଜୟ ଦୀନାନାଥ ତିଓ୍ବାରୀ ନାମକ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଏହି କେସ୍‌ ରେଜିଷ୍ଟର କରିଛନ୍ତି। ମଦକୁ ଜଳାଇବା ସମୟରେ ନାରା ଦେଇ ସେ ହିନ୍ଦୁ ଧର୍ମ ଏବଂ ଦେବୀଦେବତାଙ୍କ ଅପମାନ କରିଥିବା ସେ କହିଛନ୍ତି।

Share