Categories: ଖେଳ

ଆଖିବୁଜିଲେ ମହାନ କ୍ରିକେଟର୍‌

ମୁମ୍ବାଇ,୩୧।୮:ମୁମ୍ବାଇ ଏବଂ ବରୋଦା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ଭାସୁ ପରଞ୍ଜପେଙ୍କର ୮୨ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ଭାସୁ ମଧ୍ୟ ଜଣେ ମହାନ କୋଚ ଥିଲେ। ସେ ଭାରତର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ କୌଶଳକୁ ତୀକ୍ଷ୍ଣ କରିବା କାର୍ଯ୍ୟ କରିଥିଲେ, ଗୋଟିଏ କିମ୍ବା ଦୁଇଜଣ ନୁହେଁ ସେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟିଂ କଳା ଶିଖାଇଥିଲେ। ଏଥିରେ ସବୁଠାରୁ ବଡ ନାମ ହେଉଛି ସୁନୀଲ ଗାଭାସ୍କର। ସମଗ୍ର ବିଶ୍ୱ ଗାଭାସ୍କରଙ୍କୁ ‘ସନ୍ନି’ ନାମରେ ଜାଣିଛନ୍ତି, ସେହି ନାମ ତାଙ୍କୁ ଭାସୁ ପରଞ୍ଜପେ ଦେଇଥିଲେ। ଗାଭାସ୍କରଙ୍କ ବ୍ୟତୀତ ଭାସୁ ଦିଲୀପ ଭେଙ୍ଗସକର, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମା ସଫଳ କରିବାରେ ମଧ୍ୟ କାର୍ଯ୍ୟ କରିଥିଲେ।

Share