Categories: ଜାତୀୟ

ଚୌରାସିଆଙ୍କୁ ଲିଜେଣ୍ଡ ଅଫ୍‌ ଇଣ୍ଡିଆ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୧୯ା୮: ଖ୍ୟାତନାମା ବଂଶୀବାଦକ ହରିପ୍ରସାଦ ଚୌରାସିଆ, କଥକ ପ୍ରସାରକ କୁମୁଦିନୀ ଲାଖିଆ, ଚିତ୍ରକାର ଗୁଲାମ୍‌ ମହମ୍ମଦ ଶେଖ୍‌ ଏବଂ ଅଭିନେତା-ନିର୍ଦ୍ଦେଶକ ରୁଦ୍ରପ୍ରସାଦ ସେନଗୁପ୍ତ ୨୦୨୨ ବର୍ଷ ପାଇଁ ଲିଜେଣ୍ଡ ଅଫ୍‌ ଇଣ୍ଡିଆ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ଯୁବବର୍ଗଙ୍କ ମନରେ ଭାରତୀୟ କଳାର ଗୌରବମୟ ଐତିହ୍ୟକୁ ଉଜ୍ଜୀବିତ କରିଥିବା ଉପରୋକ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେପ୍ଟେମ୍ବରରେ ଅନୁଷ୍ଠିତ ଏକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ଆୟୋଜକ ଏନ୍‌ଜିଓ ଲିଜେଣ୍ଡସ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Share