Categories: Uncategorized

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସିଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୨: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଆଇଟିସି ହୋଟେଲର ଖ୍ୟାତନାମା ମାଷ୍ଟରଶେଫ୍‌ ଥିଲେ। ତେବେ ତାଙ୍କ ନିଧନ ଖବର ଆସିବା ପରେ ଅନେକ ସେଲିବ୍ରିଟି ଶେଫ୍‌ ଶୋକବ୍ୟକ୍ତ କରୁଛନ୍ତି।

୧୯୭୯ରେ ଆଇଟିସି ହୋଟେଲରେ ଯୋଗ ଦେଇଥିଲେ ଇମ୍‌ତିଆଜ୍‌। ଭାରତୀୟ ଖାଦ୍ୟ ପ୍ରସ୍ତୁତିକୁ ନେଇ ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ପ୍ରଥମ ଶେଫ୍‌ ଭାବେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ।