Categories: ଖେଳ

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଶୋକର ଛାୟା

ଲଣ୍ଡନ,୫।୮: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ଗ୍ରାହାମ ଥୋର୍ପେଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୫୫ ବର୍ଷ ବୟସରେ ଥୋର୍ପେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଚାରି ଦିନ ପୂର୍ବରୁ ଥୋର୍ପେ ତାଙ୍କ ଜନ୍ମଦିନ ପାଳନ କରିଥିଲେ।
ଥୋର୍ପେଙ୍କ ଅସୁସ୍ଥତା ସମ୍ପର୍କରେ କୌଣସି ପ୍ରକାରର ଖୁଲାସା ହୋଇ ନ ଥିଲା, କିନ୍ତୁ ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ। ଥୋର୍ପେ ଏକ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ଯେତେବେଳେ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପରି ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ଖେଳିଥିଲେ।

୧୦୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଥୋର୍ପେ ଥିଲେଙ୍‌ ଅନ୍ୟତମ। ମାତ୍ର ୫୫ ବର୍ଷ ବୟସରେ ଥୋର୍ପେଙ୍କ ଦେହାନ୍ତ କ୍ରିକେଟ ଜଗତ ପାଇଁ ଦୁଃଖର ବିଷୟ। ଥୋର୍ପେ ଭାରତ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ ଖେଳିଥିଲେ।

୧୯୯୩ରୁ ୨୦୦୫ ପର୍ଯ୍ୟନ୍ତ ଗ୍ରାହାମ ଥୋର୍ପେ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହି ଅବଧିରେ ସେ ୧୦୦ ଟେଷ୍ଟ ଏବଂ ୮୨ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଟେଷ୍ଟର ୧୭୯ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୪୪.୬୬ରେ ୬୭୪୪ ରନ ସ୍କୋର କରିଥିଲେ। ତାଙ୍କର ଉଚ୍ଚ ସ୍କୋର ୨୦୦* ରନ ଥିଲା। ଥୋର୍ପେ ୧୬ ଶତକ ଏବଂ ୩୯ ଅର୍ଦ୍ଧଶତକ ହାସଲ କରିଥିଲେ।

Share