Categories: ଖେଳ

ପରଲୋକରେ ହକି ତାରକା ମାଇକେଲ କିଣ୍ଡୋ

ରାଉରକେଲା, ୩୧।୧୨-ଓଡିଶାର ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ଗୁରୁବାର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସେ ରାଉରକେଲା ଆଇଜିଏଚରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ୧୯୭୫ ବିଶ୍ୱକପ ହକି ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ କିଣ୍ଡୋ। ସେହିପରି ଅର୍ଜୁନ ପୁରସ୍କାରରେ କିଣ୍ଡୋ ସମ୍ମାନିତ ହୋଇଥିଲେ।

Share