Posted inଖେଳ

କରୋନାରେ ପ୍ରାଣ ହାରିଲେ ଲେଗ୍‌ ସ୍ପିନର ବିବେକ ଯାଦବ

ଜୟପୁର,୭।୫(ପି.ଟି.): କୋଭିଡ୍‌- ୧୯ ଆଗରେ ଆଉ ଜଣେ କ୍ରିକେଟର ହାର ମାନିଛନ୍ତି। ରାଜସ୍ଥାନ ପୂର୍ବତନ ଲେଗ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ ବିବେକ ଯାଦବ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ବିବେକଙ୍କ ପାଖରେ ସ୍ତ୍ରୀ ଓ ତାଙ୍କର ଏକମାତ୍ର ଝିଅ ଥିଲେ। ବୁଧବାର ସିଟି ହସ୍ପିଟାଲରେ ମାତ୍ର ୩୬ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ। ପୂର୍ବତନ ଭାରତୀୟ ଓପନର ଆକାଶ ଚୋପ୍ରା ଏ ସଂକ୍ରାନ୍ତରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବିବେକ ୧୮ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍‌ ଖେଳିଛନ୍ତି ଓ ୫୭ଟି ଉଇକେଟ ହାସଲ କରିଛନ୍ତି। ୨୦୧୦-୧୧ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ ସେ ଖେଳିଥିଲେ। ସେ ବରୋଦା ବିପକ୍ଷ ପ୍ରଥମ ଇନିଂସରେ ୯୧ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ଫଳରେ ରାଜସ୍ଥାନ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିଲା। ୩୦ ବର୍ଷ ପୂର୍ବରୁ ସେ ତାଙ୍କ ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳିଥିଲେ। ସେ କର୍କଟ ରୋଗରେ ପୀଡିତ ଥିଲେ ଓ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରେ ସେ କେମେଥେରାପି ନେଉଥିଲେ। ତେବେ ସେଠାରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

Video: ଇଦ୍‌ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍‌ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର...

ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ

ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ମା’ ସମଲେଶ୍ୱରୀ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ଜାତୀୟ ଫୁଟବଲ୍‌ ଖେଳାଳି ନୀନା ପଟ୍ଟନାୟକ ଓ...

ପୁଣି ଶାମି ସିଲଭା ସଭାପତି

କଲମ୍ବୋ,୩୧ା୩: ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ସୋମବାର ଅନୁଷ୍ଠିତ ୬୪ତମ ବାର୍ଷୀକ ସାଧାରଣ ବୈଠକରେ ଶାମି ସିଲଭା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଚତୁର୍ଥ...

ହାର୍ଦ୍ଦିକଙ୍କ ପରେ ରାଜସ୍ଥାନ ଅଧିନାୟକଙ୍କୁ ୧୨ ଲକ୍ଷ ଜରିମାନା

ଗୁଆହାଟୀ, ୩୧ା୩: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୬ରନ ବିଜୟ ମ୍ୟାଚରେ ଏକ ଶ୍ଲୋ ଓଭର ରେଟ୍‌...

IPL 2025ରେ ସୁପରଫ୍ଲପ୍‌ ସାବ୍ୟସ୍ତ ହେଲେ ୨୭ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ଚାଲିନାହିଁ। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ...

Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ...

ନମ୍ବର-୯ରେ ବ୍ୟାଟିଂ କରିବାକୁ ଆସି ଟ୍ରୋଲ ହେଉଛନ୍ତି ଧୋନି, CSK କୋଚ ଖୋଲିଲେ ଏହା ପଛର ରହସ୍ୟ

ନୂଆଦିଲ୍ଲୀ,୩୧।୩: ଏମଏସ ଧୋନି ଆଇପିଏଲ ୨୦୨୫ରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏହି ବ୍ୟାଟିଂ ପୋଜିସନକୁ ଆସିବା ପରେ, ଧୋନିଙ୍କୁ ବହୁତ ଟ୍ରୋଲ କରାଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image