ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଟସ କ୍ରିକେଟର୍‌: ଦେଖିବାକୁ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨୫।୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ୨୬ ହେବାକୁ ଥିବା ମ୍ୟାଚ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦଳ ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ। ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା। କ୍ରିକେଟରଙ୍କ ଝଲକ ପାଇବାକୁ ରାସ୍ତା କଡ଼ରେ ଓ ହୋଟେଲ ସମ୍ମୁଖରେ ଫ୍ୟାନ ପ୍ରବଳ ଭିଡ଼ ଲାଗିଥିଲା। ଭିଲୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ ୱାଟସନଙ୍କ ପରି ଖେଳାଳି ଅଛନ୍ତି। ସେହିପରି ମନିପଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୂରଲୀଧରନଙ୍କ ପରି ଖେଳାଳି ଅଛନ୍ତି।
ସେପଟେ କଟକର ବାରବାଟୀ ଷ୍ଟା଼ଡିୟମରେ କ୍ରିକେଟ ମ୍ୟାଚ୍‌କୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share