ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…

ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ସୋମବାର ରୁଷିଆ ସଂସଦର ନିମ୍ନ ଗୃହରେ ମିଶ୍ରଣ ସହ ଜଡିତ ଚୁକ୍ତିନାମାକୁ ଅନୁମୋଦନ କରିବା ପରେ ଉଚ୍ଚ ସଦନ ମଧ୍ୟ ଏହି ଚୁକ୍ତିନାମାକୁ ଅନୁମୋଦନ କରିଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଗତ ମାସରେ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଜାପୋରିଜିଆ ଏବଂ ଖେରସନରେ ଜନମତ ସଂଗ୍ରହ କରିଥିଲା। ଜନମତ ସଂଗ୍ରହ ପରେ ରୁଷିଆର ରାଷ୍ଟ୍ରପତି ପୁଟିନ ନିଜେ ରୁଷିଆ ସହିତ ଏହି ଚାରିଟି ଅଞ୍ଚଳର ମିଶ୍ରଣ ଘୋଷଣା କରିଛନ୍ତି।

ବିଲିୟନେୟାର ଆମେରିକୀୟ ବ୍ୟବସାୟୀ ତଥା ବିଶ୍ୱର ସବୁଠାରୁ ଧନୀ ଏଲୋନ ମସ୍କ ୟୁକ୍ରେନ ପାଇଁ ଏକ ଶାନ୍ତି ଯୋଜନା ଉପସ୍ଥାପନ କରିଛନ୍ତି। ଏହି ଯୋଜନାରେ ସେ ଟୁଇଟର ବ୍ୟବହାରକାରୀଙ୍କ ଠାରୁ ମତାମତ ଲୋଡିଛନ୍ତି। ୨୦୧୪ରେ ରୁଷିଆ ଦ୍ୱାରା କ୍ରିମିୟାକୁ ସ୍ବୀକୃତି ଦେବା ଏବଂ ୟୁକ୍ରେନ୍ର ଚାରିଟି ଅଞ୍ଚଳରେ ଜାତିସଂଘର ତତ୍ତ୍ୱାବଧାନରେ ଜନମତ ସଂଗ୍ରହ କରିବାକୁ ମସ୍କ ପରାମର୍ଶ ଦେଇଥିଲେ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଏହାକୁ ପ୍ରତ୍ୟାଖ୍ୟାନ କରି ମସ୍କଙ୍କୁ ନିନ୍ଦା କରିଥିଲେ।

Share