ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଏହି ୨୪ ଦିନିଆ ଅଧିବେଶନରେ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । କରୋନା ସଂକ୍ରମଣ କମିଥିବାରୁ ଏଥର ବିନା କୋଭିଡ କଟକଣାରେ ବିଧାନସଭା ଅଧିବେଶନ ଚାଲିପାରେ । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଥମି ଯାଇଥିବା ରାଜନୀତି ପୁଣି ସରଗରମ ହେବ ।

Share