ଭୁବନେଶ୍ୱର,୭।୩(ବ୍ୟୁରୋ): ଆସନ୍ତା ୨୭ କିମ୍ବା ୨୮ ତାରିଖରେ ବିଧାନସଭାର ବଜେଟ ଅଧିବେଶନ ବସିପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିବେଶନ ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ। ସ୍ବଳ୍ପ ସମୟ ପାଇଁ ବସିବାକୁ ଥିବା ଏହି ଅଧିବେଶନରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ କରାଯିବ। ଆସନ୍ତା ଜୁଲାଇ ମାସରେ ପୂର୍ଣ୍ଣକାଳୀନ ଅଧିବେଶନ ବସିବ ବୋଲି ଜଣାପଡିଛି। ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚଳିତ ମାସ ୩୧ ତାରିଖ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ବସିବ। ଏ ନେଇ ରାଜ୍ୟପାଳଙ୍କ ଅନୁମୋଦନ ଲୋଡ଼ାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏନେଇ ବିଧିବଦ୍ଧ ତାରିଖ ଘୋଷଣା ହେବ।