ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

ପଦ୍ମପୁର, ୧୦ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବିଭିନ୍ନ ପଞ୍ଚାୟତର ସାହି ଏବଂ ୱାର୍ଡ ବୁଲି ଲୋକଙ୍କ ମୌଳିକ ସମସ୍ୟାକୁ ବୁଝି ତାହାର ସମାଧାନ କରୁଥିବା ବେଳେ ଆଗାମୀ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଲେ ବାକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏହି ନିର୍ବାଚନ ପ୍ରତିଶ୍ରୁତି କଥାରେ ନୁହେଁ କାମରେ ଦେଖାଇବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ବାଲିମୁଣ୍ଡା, ଜଗନ୍ନାଥପ୍ରସାଦ, ସୁଗୋ ପଞ୍ଚାୟତର ବିଭିନ୍ନ ସାହିରେ ବୁଲିବା ସହ ସୁଗୋ ଗ୍ରାମରେ ରୋଡ୍‌ଶୋ’ କରିଛନ୍ତି। ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ, ଛାତ୍ର ସଭାପତି କାଳନ୍ଦୀ ସାହୁ, ଇଂ. ସମ୍ବିତ ନାୟକ, ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ୧୮ ନଂ. ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକ, ୨୧ ନଂ. ଜିଲା ପରିଷଦ ପ୍ରାର୍ଥୀ ଦିବ୍ୟଲକ୍ଷ୍ମୀ ବାରିକ, ସରପଞ୍ଚ ପ୍ରାର୍ଥୀ ବାସୁଦେବ କାଣ୍ଡି, ଚିନ୍ତାମଣି ନାୟକ, ନମିତା ଦାସ, ସମିତିସଭ୍ୟ ପ୍ରାର୍ଥୀ ଶାନ୍ତିଲତା ଦାସ, ଯୋଗେନ୍ଦ୍ର ନାୟକ, ଛବିରାଣୀ ମାଇତିଙ୍କ ସହ ଦଳୀୟ କର୍ମୀ ସନାତନ ଦାସ, ଅକ୍ଷୟ କୁମାର ବେହେରା, ଅଭିମନ୍ୟୁ ଦାସ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ: ୧୦ ଗିରଫ

ଭଦ୍ରକ,୨୮।୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି।...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଅଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ: ଡିଏସ୍‌ପି ଏସ୍‌ଆଇଙ୍କୁ ପଥରମାଡ଼, ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ସ୍ତ୍ରୀଙ୍କ ମୃତ୍ୟୁ ପରେ ବିଗିଡ଼ି ଯାଇଥିଲା ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ସମୟରେ ଚାଲିଗଲା ଏହି ନେତାଙ୍କ ଜୀବନ

ଭଦ୍ରକ,୨୬ା୯(ସନାତନ ରାଉତ): ଭଦ୍ରକ ଜିଲାର ବରିଷ୍ଠ ନେତା ଲକ୍ଷ୍ମୀ ମହାପାତ୍ର(୭୬)ଙ୍କ ବୁଧବାର ରାତିରେ ପରଲୋକ ଘଟିଛି। ଅସୁସ୍ଥ ଥିବାରୁ ୫ ଦିନ ତଳେ କଟକ ବଡ଼...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri