୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା ଅଧିବେଶନ ବସିବ। କିନ୍ତୁ ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ ଦିନ ଅଧିବେଶନ ବନ୍ଦ ରହିବ। ଆଜି ମୌସୁମୀ ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Share