Categories: ଜାତୀୟ

ବର୍ଷା ପାଇଁ କାଦୁଅରେ ଗାଧୋଇଲେ ବିଧାୟକ

ଲକ୍ଷ୍ନୌ, ୧୪।୭: ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏକ ବିଚିତ୍ର ଘଟଣା ସାମ୍‌ନାକୁ ଆସିଛି। ଇନ୍ଦ୍ର ଦେବତାକୁ ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଭାଜପା ବିଧାୟକ ଜୟ ମଙ୍ଗଲ କାନୋଜିଆ ଓ ମହାନଗର ପରିଷଦ ଅଧ୍ୟକ୍ଷ କ୍ରିଷ୍ଣା ଗୋପାଳ ଜୈସ୍ବାଲଙ୍କୁ କାଦୁଅରେ ଗାଧୋଇ ଦେଇଛନ୍ତି। କାଦୁଅରେ ଗାଧୋଇବା ଦ୍ୱାରା ଇନ୍ଦ୍ର ଦେବତା ଖୁସି ହୋଇ ବର୍ଷା କରନ୍ତି ବୋଲି ୟୁପିର ପୂର୍ବାଞ୍ଚଳ ଲୋକଙ୍କର ବିଶ୍ୱାସ ରହିଛି। ବର୍ଷା ଅଭାବରୁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ କଷ୍ଟକୁ ଲାଘବ କରିବା ପାଇଁ ଏପରି କରିଥିବା ବିଧାୟକ ଜୟ ମଙ୍ଗଲ କହିଛନ୍ତି।

Share