Categories: ଜାତୀୟ

ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…

ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍‌.ଆର୍‌. ଥିୟାମସଙ୍ଗା ଏଭଳି କରି ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ସେ ନିଜ ବିଧାନସଭା କ୍ଷେତ୍ର ଚମ୍ଫାଇ ଗସ୍ତରେ ଥିଲେ। ସ୍ଥାନୀୟ ନଗୁର ଗାଁରେ ୩୮ ବର୍ଷ ବୟସ୍କା ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇ ସେ ସେଠାକୁ ଯାଇଥିଲେ। ସ୍ଥାନୀୟ ହସ୍ପିଟାଲରେ ଡାକ୍ତର କୌଣସି ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲେ। ଗର୍ଭବତୀଙ୍କୁ ୨୦୦ କିଲୋମିଟର ଦୂରରେ ଥିତ୍ବା ଅଇଜ୍ୱାଲ ହସ୍ପିଟାଲକୁ ନେବା ସମ୍ଭବ ନ ଥିଲା। ତେଣୁ ଥିୟାମସଙ୍ଗା ହାତରେ ସିଜର ଧରି ମହିଳାଙ୍କ ଡେଲିଭରୀ କରିଥିଲେ। ମା’ ଏବଂ ଶିଶୁ ସୁସ୍ଥ ଥିବା କୁହାଯାଉଛି। ଭାରତ ମ୍ୟାନ୍‌ମାର୍‌ ସୀମାରେ ଥିବା ଏହି ଦୁର୍ଗମ ଅଞ୍ଚଳରେ ସାଧାରଣ ସ୍ବାସ୍ଥ୍ୟ ପ୍ରାୟତଃ ମିଳି ନ ଥାଏ। ଏହି ଅଞ୍ଚଳର ବିକାଶ ପାଇଁ ଥିୟାମସଙ୍ଗା ଉଦ୍ୟମ ଅବ୍ୟାହତ ରଖିଛନ୍ତି।

Share