ଭାକ୍ସିନ୍‌ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…

ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ବିହାରରେ ଭାକ୍ସିନ୍‌ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା କରାଯାଇଛି। ଏନେଇ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ନିର୍ଦ୍ଦେଶ ଦେଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକମାନେ ନିଜର ପରିବାର ସଦସ୍ୟଙ୍କ ସହିତ ଭାକ୍ସିନ୍‌ ନେବା ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଛନ୍ତି। କରୋନା ମହାମାରୀ ବିରୋଧରେ ଭାକ୍ସିନ୍‌ ଏକମାତ୍ର ସୁରକ୍ଷା କବଚ ବୋଲି ସେ କହିଛନ୍ତି।

Share