ଲେହେରା ଦୋ..

ବହୁ ପ୍ରତୀକ୍ଷିତ ବାୟୋପିକ୍‌ ‘୮୩’ ଏବେ ପୁଣି ଥରେ ଚର୍ଚ୍ଚାରେ। କାରଣ ଏଥିରେ ସଂଯୋଜିତ ଗୀତ ‘ଲେହେରା ଦୋ’ ବର୍ତ୍ତମାନ ବେଶ୍‌ ଭାଇରାଲ ହୋଇଛି। ୧୯୮୩ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ହାସଲ କରିଥିଲା ଏବଂ ଏହି ଦଳର ନେତୃତ୍ୱ ନେଇଥିଲେ ଅଲରାଉଣ୍ଡର କପିଳଦେବ। ତାଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘୮୩’ରେ ଏପରି ଏକ ଦେଶାତ୍ମବୋଧକ ଗୀତ ଦେଖିବାକୁ ମିଳିବ। ଭାରତ କପ୍‌ ଜିତିବା ପରେ ପାଳନ କରାଯାଉଥିବା ବିଜୟ ଉତ୍ସବକୁ ନେଇ ଏହାର ଦୃଶ୍ୟାୟନ କରାଯାଇଛି। କସୁର ମୁନୀର ଏହାକୁ ରଚନା କରିଥିବା ବେଳେ ଏଥିପାଇଁ କଣ୍ଠଦାନ କରିଛନ୍ତି ଅରଜିତ ସିଂ। ଫିଲ୍ମଟିର ମୁଖ୍ୟ ଭୂମିକାରେ ରଣବୀର ସିଂ ଅଭିନୟ କରିଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଦୀପିକା ପାଦୁକୋନ୍‌। କବୀର ଖଁାଙ୍କ ନିର୍ଦ୍ଦେଶିତ ଏହି ଚିତ୍ରଟି ଚଳିତ ମାସ ୨୪ରେ ପରଦା ଉପରକୁ ଆସିବ।

Share