ଝାରସୁଗୁଡ଼ା ଅଫିସ,୧୩।୩: ଝାରସୁଗୁଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦବୀପାଇଁ ରବିବାର ନିର୍ବାଚନ ହୋଇଛି। ଏଥିରେ ବିଜେଡିର ଏକମାତ୍ର ପ୍ରାର୍ଥିନୀ ଲଇକେରା ୧ ନଂ ଜୋନ ଜିଲା ପରିଷଦ ସଦସ୍ୟା ତୁଳାବତୀ ମିଞ୍ଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ ଅଧ୍ୟକ୍ଷାଭାବେ ନିର୍ବାଚିତ ହୋଇଛନ୍ତି। ଜିଲାରେ ୯ଜିଲା ପରିଷଦ ଆସନ ରହିଥିବାବେଳେ ସମସ୍ତ ଆସନ ବିଜେଡି ହାତକୁ ଯାଇଛି।
ସୂଚନାଯୋଗ୍ୟ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୯ ଜିଲା ପରିଷଦ ଆସନ, ୫ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲାପରିଷଦ ଅଧ୍ୟକ୍ଷା ପଦ ହାତେଇ ବିଜୟଧାରା ଜାରି ରଖିଛି। ଏହି ବିଜୟଧାରାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ବିଜେଡି ଦଳ ସହିତ ଜନାଦେଶ ରହିଥିବାରୁ ଏହା ସମ୍ଭବ ହେଉଛି।