ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ପରଲୋକ

ହିନ୍ଦୀ ସିନେମାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶୀଲା ବାଜଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଅତି କମରେ ୪୦ଟି ବଲିଉଡ ଫିଲ୍ମରେ କାମ କରିଥିଲେ। ସେ ଅଧିକାଂଶ ଫିଲ୍ମରେ ନୃତ୍ୟଶିଳ୍ପୀ ଭାବରେ ନଜର ଆସିଥିଲେ। ସେ ହିନ୍ଦୀ ସିନେମାର ଅନେକ ପ୍ରସିଦ୍ଧ ଗୀତରେ ନୃତ୍ୟ କରିଛନ୍ତି। ବିବାହ ପରେ ସେ ଫିଲ୍ମ ଜଗତରୁ କିଛି ଦିନ ଦୂରରେ ରହିଥିଲେ।
୧୯୩୪, ଅକ୍ଟୋବର ୧୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶୀଲା ବାଜ। ପିଲାଦିନରୁ ଜଣେ ନୃତ୍ୟଶିଳ୍ପୀ ହେବାକୁ ତାଙ୍କର ଆଗ୍ରହ ଥିଲା। ସେ ଫିଲ୍ମ ଜଗତରେ ପ୍ରବେଶ କରିବାକୁ ମଧ୍ୟ ଆଗ୍ରହୀ ଥିଲେ, କିନ୍ତୁ ତାଙ୍କ ପରିବାର ତାଙ୍କ ପଦକ୍ଷେପକୁ ବିରୋଧ କରିଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ସେ ବଲିଉଡରେ ପ୍ରବେଶ କରି ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିଲେ।
୧୯୫୦ ଏବଂ ୧୯୬୦ ଦଶକର ଚିର ସବୁଜ ଗୀତରେ ଶୀଲା ବାଜ ନିଜର ନୃତ୍ୟକଳା ଦେଖାଇଥିଲେ। ‘ଲେକେ ପେହଲା ପେହଲା ପ୍ୟାର୍‌’ (ସିଆଇଡି), ‘ରମେୟା ବସ୍ତଭୈୟା’ (ଶ୍ରୀ ୪୨୦) ଭଳି ପ୍ରସିଦ୍ଧ ଗୀତଗୁଡ଼ିକରେ ସେ ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି!

ବମ୍ବେ: ପୁଣି ଚର୍ଚ୍ଚାରେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍‌ ରେହମାନଙ୍କ ବ୍ୟକ୍ତିଗତ ଜୀବନ। କିଛିଦିନ ତଳେ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର...

ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ସାଉଥ୍‌ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ...

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର...

ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡି

ମୁମ୍ବାଇ,୨୯।୧୧: ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଶୁକ୍ରବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ...

ମଲାଇକାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏବେ ଅଫିସିଆଲି ସିଙ୍ଗିଲ୍‌ ଅଛନ୍ତି। ଅର୍ଜୁନ କିଛିଦିନ ତଳେ...

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ...

‘ବଚ୍ଚନ’ ସରନେମ ହଟାଇଲେ ଐଶ୍ୱର୍ଯ୍ୟା, ରାଗିଗଲେ ଭାଉଜ, ଅଭିଷେକ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସରନେମ ‘ବଚ୍ଚନ’ ହଟାଇବାକୁ ନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ...

କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri