ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍‌କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଲେଖାଶ୍ରୀ ୧୦ ବର୍ଷ ଧରି ଭାଜପାର ଦାୟିତ୍ୱରେ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

 

ସୋସିଆଲ ମିଡିଆ ମାଧ୍ୟମରେ ସେ ଦଳ ଛାଡ଼ିଥବା ନେଇ ସୂଚନା ଦେଇଛନ୍ତି । ସେ ଇସ୍ତଫାପତ୍ରରେ ଲେଖିଛନ୍ତି, ଶୀର୍ଷ ନେତୃତ୍ୱଙ୍କର ବିଶ୍ବାସଭାଜନ ହୋଇପାରିନି । ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓ ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।

Share