ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ନିକଟରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ପୂର୍ବ ଆଲୋଚନା ଅନୁଯାୟୀ ଦଳ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିଲା।

ବାଲେଶ୍ୱରରେ ଭାଜପାର ଲୋକ ସଭା ପ୍ରାର୍ଥୀ ବା ବର୍ତମାନର ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଅନ୍ୟ ପ୍ରମୁଖ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ଶନିବାର ଲେଖାଶ୍ରୀ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭୁବନେଶ୍ୱର ଫେରି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

Share