ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍ ଲେମ୍ବୁର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ପରିସ୍ଥିତି ଏଭଳି ଯେ ରୋଷେଇ ଘରୁ ଏକପ୍ରକାର ଗାଏବ ହୋଇଯାଇଛି ଲେମ୍ବୁ। ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଏକ ଫଟୋ ବେଶ୍ ଭାଇରାଲ ହେଉଛି।
ରୁପିନ ଶର୍ମା ନିଜର ଟୁଇଟରରେ ଏହି ଫଟୋକୁ ଶେୟାର କରିଛନ୍ତି। ଫଟୋରେ ଲେମ୍ବୁ ସ୍ଥାନରେ ଲଙ୍କା ସହ ରସୁଣକୁ ଟଙ୍ଗା ଯାଇଥିବା କୁଦୃଷ୍ଟି ପାଇଁ ଲଗାଯାଇଥିବା ଦେଖାଯାଉଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ଲେମ୍ବୁର ଦାମ ବୃଦ୍ଧିକୁ ଦେଖି ତା ସ୍ଥାନରେ ରସୁଣକୁ ପ୍ରତିନିଯୁକ୍ତିରେ ଲଗା ଯାଇଛି। ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ରୁପିନଙ୍କ ପୋଷ୍ଟଟି ବେଶ ଭାଇରାଲ ହେଉଥିବା ବେଳେ କିଛି ଲୋକ ରସୁଣ କୁଦୃଷ୍ଟି ଦୂର କରିପାରିବ ନାହିଁ ବୋଲି କହିଛନ୍ତି। ଏହାଛଡ଼ା କିଛି ଲୋକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆପଣ ବି ଦେଖନ୍ତୁ:
बढती मंहगाई को देखते हुए नींबू की अनुपस्थिति में लहसुन को प्रतिनियुक्ति पर लगाया गया😂। लहसुन ने आज कार्यभार ग्रहण किया। pic.twitter.com/rmb25w45FL
— Rupin Sharma (@rupin1992) April 14, 2022