Categories: ଜାତୀୟ

ଲେମ୍ବୁ କିଲୋ ୩୦୦

ନୂଆଦିଲ୍ଲୀ,୭।୪: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ଉପରେ ମହଙ୍ଗା ମାଡ଼ ପରେ ସାଧାରଣଲୋକଙ୍କ ପାଇଁ ପନିପରିବା ଦର ଏବେ ଆକାଶଛୁଆଁ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ଟଙ୍କା ହୋଇଥିବା ଜଣାପଡ଼ିଛି। ହୋଲସେଲ୍‌ ବଜାରରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ଏହାର ମୂଲ୍ୟ ୩୦୦ରୁ ଅଧିକ ଦାମ୍‌ ରହିଛି। ସେହିପରି ଅନ୍ୟ ପନିପରିବାର ମଧ୍ୟ ସମାନ ଅବସ୍ଥା। ଗତ ସପ୍ତାହରେ ଦିଲ୍ଲୀର ଗାଜୀପୁର ମଣ୍ଡିର ହୋଲ୍‌ସେଲ ବଜାରରେ କୋବି କିଲୋଗ୍ରାମ ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୪୦ କିଲୋଗ୍ରାମରେ ବିକ୍ରି ହେଉଛି। ସେହିପରି ଭେଣ୍ଡି କିଲୋଗ୍ରାମ ପ୍ରତି ୯୦ ଟଙ୍କା, କ୍ୟାପସିକମ୍‌ ୫୦ରୁ ୬୦ ଟଙ୍କା ଓ ଅଦା ୬୦ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଥିଲା। କିନ୍ତୁ ଏବେ ଖୁଚୁରା ବଜାରରେ ଲେମ୍ବୁ କିଲୋଗ୍ରାମ ୩୨୦ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍‌ ଗୋଟିଏ ଲେମ୍ବୁର ମୂଲ୍ୟ ୧୫ରୁ ୨୦ଟଙ୍କା ରହିଛି। ଏତଦ୍‌ ବ୍ୟତୀତ କ୍ୟାପସିକମ୍‌ କିଲୋଗ୍ରାମ ପ୍ରତି ୧୨୦ଟଙ୍କା, ଭେଣ୍ଡି ୧୦୦ଟଙ୍କା, ମଟର ୯୦ ଓ ପୋଟଳ ୮୦ଟଙ୍କା ରହିଛି। ଗ୍ରୀଷ୍ମ ଋତୁରେ କଞ୍ଚା ଆମ୍ବ ସ୍ବାଦ ବଢ଼ାଉଥିବା ବେଳେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨୫୦୦ ଟଙ୍କା ରହିଥିବା ଜଣାପଡ଼ିଛି।

Share