ରଣବୀରଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି ଡ୍ରାମା କୁଇନ୍‌

ଆଜିକାଲି ବଲିଉଡ୍‌ରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ ବଲିଉଡର ‘ଡ୍ରାମା କୁଇନ’ ଭାବରେ ଜଣାଶୁଣା ରାଖୀ ସାୱନ୍ତଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାଖୀ ରଣବୀରଙ୍କୁ ବହୁ ପରିମାଣର ଅର୍ଥ ମାଗୁଥିବାର ଦେଖାଯାଇଛି। ନିଜକୁ ରଣବୀରଙ୍କ ଶାଳି ବୋଲି ବର୍ଣ୍ଣନା କରି ରାଖୀ କହିଛନ୍ତି- ମୁଁ ଜୋତା ଚୋରି କରିବି। ଏଥିପାଇଁ ମୁଁ ୧ାକ୍ରମୁ ଲକ୍ଷ ଟଙ୍କା ଚାହୁଁଛି। ଏହା ପରେ ଶୀଘ୍ର ନିଜର ମତକୁ ଓଲଟପାଲଟ କରି କହିଥିଲେ ଯେ, ମୁଁ ୧ କୋଟି ଟଙ୍କା ଚାହୁଁଛି, ଦେଲେ ପରେ ମୁଁ ଜୋତା ଫେରାଇ ଦେବି।

ରାଖୀଙ୍କ ଆଉ ଏକ ଭିଡିଓ ବହୁତ ଚର୍ଚ୍ଚା ହୋଇଥିଲା। ଏହି ଭିଡିଓରେ ସେ ‘ମେହେନ୍ଦି ଲାଗକେ ରାକନା’ ଗୀତରେ ନାଚୁଥିବାର ନଜର ଆସିଥିଲେ। ଏହା ସହିତ ରାଖୀ କହିଛନ୍ତି- ଆଲିଆ ଏହି ବିଶେଷ ଉତ୍ସବରେ ସାବ୍ୟାସାଚିଙ୍କ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି। ଏଥିରେ ସେ ବହୁତ ହଟ୍‌ ଦେଖାଯିବେ। କପୁର ମଧ୍ୟ ଚମତ୍କାର ଦେଖାଯିବେ।
ନିକଟରେ ରାଖୀ ସାୱନ୍ତ ଏକ କାରର ଏକ ଭିଡିଓ ଶେୟାର କରିଥିଲେ। ଏହି କାରଟି ବିଏମ୍‌ଡବ୍ୟୁ ଏକ୍ସ୧ ଥିଲା। ସେ ଏହି କାରକୁ ଉପହାର ସ୍ବରୂପ ପାଇଛନ୍ତି। ଭିଡିଓ ପୋଷ୍ଟ କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି- ମୋର ନୂଆ କାର, ମୋତେ ଉପହାର ମିଳିଛି। ତେବେ ତାଙ୍କୁ ଏହି କାର୍‌ କିଏ ଉପହାର ଦେଇଛି ତାହା ନିଶ୍ଚିତ ହୋଇନାହିଁ।

Share