ମୁଖ୍ୟମନ୍ତ୍ରୀ ଅଭିଭାଷଣକୁ କଟାକ୍ଷକଲେ ଲେନିନ ମହାନ୍ତି, କହିଲେ ଶସ୍ତା ବକ୍ତବ୍ୟରୁ…

ଭୁବନେଶ୍ୱର,୧୫।୮: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି। ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଦଳୀୟ ଆଭିମୁଖ୍ୟରୁ ଊଦ୍ଧର୍‌ବରେ ରହିବା ଆବଶ୍ୟକ। ଗୋଟେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଜପା ସରକାର ଏବେ ବାଲ୍ୟାବସ୍ଥାରେ ଅଛି। ଅନ୍ୟପଟେ ୭୦ ବର୍ଷ ପୂର୍ବର ସରକାରଙ୍କ ଦୋଷତ୍ରୁଟି କଥା କହୁଛନ୍ତି। ସେହିଭଳି ବଡ ଠାକୁର ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇଥିବା ବେଳେ ପହଣ୍ଡି ବେଳେ ତାଙ୍କୁ ଚାରଳମାଳରେ ତଳେ ପକେଇଦେବା, ମଦକୁ ନେଇ ଦୁଇ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଉକ୍ତି ଏପରିକି ଓଡିଆ ଭାଷାକୁ ବିକୃତ କରିବା କଣ ଓଡିଆ ଅସ୍ମିତାର ପରିଚୟ ବୋଲି ଲେନିନ ି ପ୍ରଶ୍ନ କରିଛନ୍ତି।

ଗତ ୨୪ ବର୍ଷରେ ଯାହା ନବୀନ ପଟ୍ଟନାୟକ କରିଛନ୍ତି, ଭାଜପା ସରକାର କେବଳ ନାଁ ଓ ରଙ୍ଗ ବଦଳାଉଛନ୍ତି। ଯାହା ପ୍ରମାଣ କରୁଛି ଯେ, ଲୋକଙ୍କ ସହ ଯଥାର୍ଥରେ ନବୀନ ପଟ୍ଟନାୟକ ଅଛନ୍ତି। ନବୀନ ତାଙ୍କ ଶାସନ କାଳରେ ଯାହା କରିଛନ୍ତି ତାହା ପ୍ରକୃତ ଲୋକାଭିମୁଖୀ ସରକାରର ପରିଚୟ। ଆଶା କରୁଛୁ ମୋହନ ମାଝି ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିବେ। ଶସ୍ତା ବକ୍ତବ୍ୟରୁ ନିବୃତ୍ତ ରହନ୍ତୁ ବୋଲି ଲେନିନ୍‌ ମହାନ୍ତି କହିଛନ୍ତି ।

Share