Posted inଖେଳ

ଲେନି, ଆମେଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୨୮ା୬(ସରୋଜ ଜେନା): ଓଡ଼ିଶା ଫୁଟବଲ୍‌ କ୍ଲବ୍‌(ଓଏଫ୍‌ସି) ପକ୍ଷରୁ ଆସନ୍ତା ସିଜନ ପାଇଁ ମିଡଫିଲ୍ଡର ଲେନି ରୋଡ୍ରିଗ୍ବେଜ ଓ ଡିଫେଣ୍ଡର ଆମେ ରଣାଓ୍ବଡେଙ୍କ ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ମଙ୍ଗଳବାର ଲେନିଙ୍କ ସହିତ ଏକବର୍ଷର ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ ଏକ ବର୍ଷର ଅପ୍‌ସନ ରହିଛି। ଅନ୍ୟ ପକ୍ଷରେ ଆମେଙ୍କୁ ଏକ ବର୍ଷ ପାଇଁ ମୁମ୍ବାଇ ସିଟି ଏଫ୍‌ସିରୁ ଲୋନ୍‌ରେ ଆଣିଛି ଓଏଫ୍‌ସି।
ଲେନିଏକାଧିକ କ୍ଲବ ପାଇଁ ଖେଳିଥିବା ବେଳେ ଆଇଏସଏଲ୍‌ ଟାଇଟଲ ମଧ୍ୟ ଜିତି ସାରିଛନ୍ତି। ଭାରତ ପାଇଁ ଖେଳି ସାରିଥିବା ଲେନି ଚର୍ଚ୍ଚିଲ ବ୍ରଦର୍ସରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଡେମ୍ପୋ, ବେଙ୍ଗାଲୁରୁ ଏଫ୍‌ସି, ଏଟିକେ ମୋହନ ବାଗାନ ଓ ଏଫ୍‌ସି ଗୋଆ ପାଇଁ ଖେଳିଛନ୍ତି। ଏଫ୍‌ସି ଗୋଆ ପକ୍ଷରୁ ସେ ସୁପର୍‌ କପ୍‌ ଜିତିଥିବାବେଳେ ଦୁଇ ଦୁଇ ଥର ଆଇ ଲିଗ୍‌, ଥରେ ଲେଖାଏ ଆଇଏସ୍‌ଏଲ, ଫେଡେରେଶନ କପ୍‌ ଓ ଡୁରାଣ୍ଡ କପ୍‌ ବିଜୟୀ ହୋଇଛନ୍ତି। ଲେନିଙ୍କ ଉପସ୍ଥିତିରେ ଦଳର ମିଡଫିଲ୍ଡ ଆକ୍ରମଣ ଅଧିକ ଶକ୍ତିଶାଳୀ ହେବ। ଅନ୍ୟ ପକ୍ଷରେ ମୁମ୍ବାଇ ସିଟି ଏଫ୍‌ସିର ଆମେ ରଣାଓ୍ବଡେଙ୍କ ଯୋଗଦାନ ଫଳରେ ଦଳର ଡିଫେନ୍ସ ଆହୁରି ଦୃଢ ହେବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ୨୦୨୦-୨୧ରେ ମୁମ୍ବାଇର ଆଇଏସ୍‌ଏଲ ବିଜୟରେ ଆମେଙ୍କ ପ୍ରମୁଖ ଯୋଗଦାନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri