୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…

ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି। ଏହା ବ୍ୟତୀତ ଦେଶରେ ଡାଲିର ବେଆଇନ ସଂରକ୍ଷଣ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି।

ବାସ୍ତବରେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସମସ୍ତ ସମ୍ଭାବ୍ୟ ଉତ୍ସରୁ ଡାଲି ଯୋଗାଣ ନିଶ୍ଚିତ କରିବା। ଘରୋଇ ବଜାରରେ ଡାଲିର ମୂଲ୍ୟ ବଢ଼଼ିବାରେ ଲାଗିଛି। ଗୋଟିଏ ମାସ ମଧ୍ୟରେ ହରଡ ଡାଲିର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ମୋଜାମ୍ବିକରୁ ହରଡ ଡାଲି ଆମଦାନୀରେ ବିଳମ୍ବ। ଅଗଷ୍ଟରେ ଖରିଫ ଫସଲର ଅମଳରେ ମଧ୍ୟ ବିଳମ୍ବ ହେବ। ଏହି କାରଣରୁ ମୁଗ ଡାଲିର ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ବ୍ୟବସାୟ ସଂଗଠନ ମଧ୍ୟ ମୁଗ ଡାଲତ ଆମଦାନୀ କରିବାକୁ ପରାମର୍ଶ ଦେଇଛି।

ଭାରତ ସରକାର ୨୨ ପ୍ରତିଶତ କଷ୍ଟମ ଡ୍ୟୁଟି ଅର୍ଥାତ ଆମେରିକାରୁ ଆସୁଥିବା ମସୁର ଡାଲତ ଉପରେ ଆମଦାନୀ ଶୁଳ୍କ ଲାଗୁ କରିଥାନ୍ତି। ଜି-୨୦ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାରତ ଗସ୍ତର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି ଯେ ସରକାର ମାସୁର ଡାଲି ଉପରେ ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ହଟାଇ ଏହାକୁ ଶୂନ କରିଦେଇଛନ୍ତି, ଯାହା ୬ ସେପ୍ଟେମ୍ବର ୨୦୨୩ ରୁ ଲାଗୁ ହୋଇଛି। ଏହି ନିଷ୍ପତ୍ତି ପରେ ଆମେରିକାରେ ଉତ୍ପାଦିତ ମସୁର ଡାଲିକୁ ସିଧାସଳଖ ଆମେରିକା ଆଣି ହେବ। ବର୍ତ୍ତମାନ ଏହାକୁ କାନାଡା ମାଧ୍ୟମରେ ଭାରତ ଆଣିବାର କୌଣସି ଆବଶ୍ୟକତା ନାହିଁ ।

ଦେଶ ମଧ୍ୟରେ ମସୁର ଡାଲର ସ୍ଥାନୀୟ ଷ୍ଟକ ସମ୍ପର୍କରେ ମଧ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି। କଳା ମାର୍କେଟିଂ ଏବଂ ଡାଲିର ବେଆଇନ ସଂରକ୍ଷଣକୁ ରୋକିବା ପାଇଁ, ପ୍ରତି ସପ୍ତାହରେ ଷ୍ଟକ ରିପୋର୍ଟ କରିବା ଆବଶ୍ୟକ। ଏହା ଘରୋଇ ବଜାରରେ ଡାଲି ଯୋଗାଣ ନିଶ୍ଚିତ କରିବ। ଡାଲିର ସମସ୍ତ ସ୍ଥାନୀୟ ଷ୍ଟକ ଉପରେ ତୀକ୍ଷଣ ନଜର ରଖିବା ପାଇଁ ସରକାର ମଧ୍ୟ ଏକ ଟିମ ଗଠନ କରୁଛନ୍ତି, ଯାହା ପ୍ରତି ସପ୍ତାହରେ ଏହାର ରିପୋର୍ଟ ଦେଖିବ।

Share