୫ ଦିନ ମଧ୍ୟରେ ୪୦୦ କୋଟି ଛୁଇଁଲା ‘ଲିଓ’

ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି। ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ବହୁତ ଆୟ କରିଛି। ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିଥିବାବେଳେ ମୋଟ ଉପରେ ଏହି ଫିଲ୍ମ ମାତ୍ର ୫ ଦିନ ମଧ୍ୟରେ ୪୦୦ କୋଟି ଟଙ୍କା ଛୁଇଁଛି।

‘ଲିଓ’ ହେଉଛିି ବିଜୟଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର। ‘ମାଷ୍ଟର’ର ବିରାଟ ସଫଳତା ପରେ ବିଜୟ ଦ୍ୱିତୀୟ ଥର ଫିଲ୍ମ ନିର୍ମାତା ଲୋକେଶ କାନାଗରାଜଙ୍କ ସହ ‘ଲିଓ’ ’ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ବିଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ ତ୍ରିଶା ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Share