ୟୁକ୍ରେନକୁ ୭୬ କୋଟି ଟଙ୍କାର ସହାୟତା ଦେଲେ ଅଭିନେତା

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଫଳାଫଳ ବାହାରିନାହିଁ। ଓସ୍କାର ବିଜେତା ଅଭିନେତା ଲିଓନାର୍ଡୋ ଡି କାପ୍ରିଓ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଡିକାପ୍ରିଓ ୟୁକ୍ରେନକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ଲିଓନାର୍ଡୋ ୟୁକ୍ରେନକୁ ୧୦ ମିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୭୬ କୋଟି ଟଙ୍କା ଦାନ କରିଛନ୍ତି। ଲିଓନାର୍ଡୋଙ୍କ ମା’ ଜେଜେମା ୟୁକ୍ରେନର ଥିଲେ। ସେ ୨୦୦୮ରେ ମୃତ୍ୟୁବରଣ କରିଥିଲେ। ଏଭଳି ପରିସ୍ଥିତିରେ ୟୁକ୍ରେନ ସହିତ ଅଭିନେତାଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଛି। ସେ ତାଙ୍କର ପିଲାଦିନର କିଛି ସମୟ ୟୁକ୍ରେନରେ ବିତାଇଥିଲେ।
‘ଟାଇଟାନିକ’ ଫିଲ୍ମରେ ଲିଓନାର୍ଡୋ ଡି କାପ୍ରିଓ ଚର୍ଚ୍ଚାକୁ ଆସିଥିଲେ। ଏହି ଫିଲ୍ମଟି ତାଙ୍କୁ ଏକ ସୁପରଷ୍ଟାର କରିଥିଲା। ଟାଇଟାନିକ ବ୍ୟତୀତ ସେ ବ୍ଲଡ ଡାଇମଣ୍ଡ, ଦ ଆଭିଏଟର, ଦ ରେଭେନାଣ୍ଟ, ଇନସ୍ପେସନ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି।

Share