Categories: ଫୁରସତ

ପାଣି ପିଇବାକୁ ନଦୀ କୂଳକୁ ଆସିଥିଲା ଚିତାବାଘ, ହଠାତ୍‌ ଟାଣିନେଲା କୁମ୍ଭୀର: ଆଉ ତା’ପରେ ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏହିପରି ଭିଡିଓ ଲୋକମାନଙ୍କୁ ଭୟଭୀତ କରିବାକୁ ବାଧ୍ୟ କରିଥାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ କୁମ୍ଭୀର ଚିତା ଉପରେ ଆକ୍ରମଣ କରି ନିଜର ଶିକାର କରିଥାଏ। ଏହି ଆକ୍ରମଣ ଏତେ ଦ୍ରୁତ ଅଟେ ଯେ ଚିତା ଆଦୌ ବୁଝିପାରି ନ ଥାଏ ଏବଂ ଚିତା ଜୀବନ ହରାଇଥାଏ।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏକ ଚିତା ନଦୀ କୂଳକୁ ପାଣି ପିଇବାକୁ ଆସିଥାଏ। ସେ ପାଣି ପିଉଥିବାବେଳେ ଶିକାର ପାଇଁ ବସିଥିବା କୁମ୍ଭୀର ତାଙ୍କୁ ଝାମ୍ପିନିଏ। ଚିତା ନିଜକୁ ବଞ୍ଚାଇବାକୁ ଚେଷ୍ଟା କରେ କିନ୍ତୁ କୁମ୍ଭୀରଟି ତାଙ୍କୁ ନଦୀ ଭିତରକୁ ଟାଣି ନେଇ ହତ୍ୟା କରେ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @comitivaferramula ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି।

Share