ମୁମ୍ବାଇ,୨୭।୧ : ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚିତାବାଘ ପୋଲିସ ଷ୍ଟେଶନରେ ପଶି କରି କୁକୁର ଶିକାର କରିବା ପରେ ପଳାଇ ଯାଉଛି। ଏହାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି କୁକୁରମାନେ ଚିତାବାଘରୁ ରକ୍ଷା ପାଇବା ପାଇଁ ପୋଲିସ ଷ୍ଟେଶନରେ ପ୍ରବେଶ କରିଥିଲେ।
ଏହି ଭିଡିଓଟି ମହାରାଷ୍ଟ୍ରର ରତ୍ନାଗିରିର ହୋଇଥିବା କୁହାଯାଉଛି। ୨୪ ଜାନୁଆରୀ ରାତିରେ ହଠାତ କୁକୁରମାନେ ରାଜପୁର ପୋଲିସ ଷ୍ଟେଶନ ଭିତରକୁ ଦୌଡ଼ି ଆସୁଥିବାର ଦେଖାଯାଉଛି। କିଛି ସମୟ ପରେ ଏକ ଚିତାବାଘ ଦେଖାଯାଉଛି। ଚିତାବାଘ ଦେଖି କିଛି କୁକୁର ପୋଲିସ ଷ୍ଟେଶନରେ ପ୍ରବେଶ କରିଥିବାବେଳେ ଷ୍ଟେଶନରେ ଥିବା କର୍ମଚାରୀ ପଳାଇ ଯାଇଥିଲେ।
ଚିତାବାଘ କୁକୁରକୁ ଶିକାର କରି ନେଇଯାଇଥିଲା। ଏହି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚିତାବାଘ ପଳାଇବା ପରେ ପୋଲିସମାନେ ଷ୍ଟେଶନକୁ ଫେରିଥିଲେ। ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରି ଘଟଣା କେହି ଆଶା କରି ନ ଥିଲେ।
ପୋଲିସ ଷ୍ଟେଶନରେ ନିୟୋଜିତ କର୍ମଚାରୀ କହିଛନ୍ତି କୁକୁରକୁ ଶିକାର କରିବା ପରେ ଚିତାବାଘ ଫେରି ଯାଇଥିଲା। ଚିତାବାଘ କବଳରୁ ରକ୍ଷା ପାଇବା ପାଇଁ କୁକୁରମାନେ ପୋଲିସ ଷ୍ଟେଶନରେ ପ୍ରବେଶ କରିଥିଲେ କିନ୍ତୁ ଗୋଟିଏ କୁକୁର ଚିତାବାଘ ଦ୍ୱାରା ଧରାପଡିଥିଲା। ତେବେ ପୋଲିସ ଷ୍ଟେଶନରେ ନିୟୋଜିତ ସମସ୍ତ ପୋଲିସ ସେମାନଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ, ନଚେତ ଏକ ବଡ଼ ଘଟଣା ଘଟିଥାନ୍ତା। ଏହି ସମଗ୍ର ଘଟଣା ପୋଲିସ ଷ୍ଟେଶନରେ ସ୍ଥାପିତ ସିସିଟିଭିରେ କଏଦ ହୋଇଥିଲା।
Video: पोलिस ठाण्यात रात्रीच्या वेळी घुसला बिबट्या अन् पकडली मान…
रत्नागिरी जिल्ह्यातील राजापूर तहसील कार्यालय आणि पोलीस ठाण्याच्या व्हरांड्यातुन कुत्र्याच्या मानेला पकडून नेले आहे.https://t.co/42LUDp6Iqz#leopard #Police #PoliceKaka @RatnagiriPolice pic.twitter.com/CP3eXJz3sX— policekaka News (@policekaka) January 25, 2024