Categories: ଜାତୀୟ

କଲେଜରେ ପଶି ଶିକାର କଲା ଚିତାବାଘ

କୋଏମ୍ବାଟର,୨୯।୧୨: କୋଏମ୍ବାଟରର ଏକ କଲେଜରେ କ୍ଲାସ ସମୟରେ କ୍ୟାମ୍ପସ ଭିତରକୁ ପଶି ଆସିଥିଲା ଏକ ଚିତାବାଘ। କ୍ୟାମ୍ପସରେ ଏକ ବୁଲା କୁକୁରକୁ ଶିକାର କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଭାଗ୍ୟବଶତଃ କଲେଜ ଛୁଟି ଥିବାରୁ ଆଖପାଖରେ କେହି ନ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

କଲେଜ ଓ୍ବାଚମ୍ୟାନ ଘଟଣା ସମ୍ପର୍କରେ ଜଙ୍ଗଲ ବିଭାଗକୁ ଜଣାଇଥିଲେ। ତଦନ୍ତ ପରେ ଜଙ୍ଗଲ ଅଧିକାରୀଙ୍କୁ ଚିତାବାଘର ପାଦ ଚିହ୍ନ (ପଗମାର୍କ) ମିଳିଥିଲା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ବନ୍ୟ ଜନ୍ତୁ କିଛି ଦିନ ହେଲା ଅଞ୍ଚଳରେ ବୁଲୁଛି। ଅଞ୍ଚଳ ପାଖରେ ମଦୁକରାଇ ଜଙ୍ଗଲ ରହିଛି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଜଣାଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share