Posted inଫୁରସତ

ସଫାରି ବସ୍‌ର ଝରକାରେ କଲରାପତରିଆ

ବେଙ୍ଗାଲୁରୁ: କର୍ନାଟକର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ କଲରାପତରିଆ ବାଘ ଗୋଟିଏ ସଫାରି ବସ୍‌ର ଝରକା ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ବାଘ ଦୀର୍ଘ ସମୟ ଧରି ଝରକାର ଜାଲିକୁ ଧରି ବସ୍‌ରେ ଓହଳି ରହିଥିଲା। ବାଘକୁ ନିକଟରେ ଦେଖି ବସ୍‌ରେ ଥିବା ଲୋକମାନେ ଭୟଭୀତ ହୋଇ ଚିଲେଇବାକୁ ଲାଗିଥିଲେ। ଜାତୀୟ ଉଦ୍ୟାନର ଅଧିକାରୀଙ୍କ କହିବା ଅନୁଯାୟୀ, ସୋମବାର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନ ମଧ୍ୟରେ ଏକ ସଫାରି ବସ୍‌ ପର୍ଯ୍ୟଟକଙ୍କୁ ଧରି ଯାଉଥିଲା। ସେତେବେଳେ ବାଘ ସଫାରି ମଧ୍ୟରେ ଥିବା ଏକ କଲରାପତରିଆ ବାଘ ବୁଦା ପଛରେ ଲୁଚି ରହିଥିଲା। ସଫାରି ବସ୍‌ ପାଖକୁ ଆସିବା ମାତ୍ରେ ବାଘଟି ସୁଯୋଗର ଫାଇଦା ନେଇ ବସ୍‌ର ଝରକା ଉପରେ ଚଢ଼ିଗଲା। ଫଳରେ ବସ୍‌ରେ ଯାତ୍ରା କରୁଥିବା କେତେଜଣ ପର୍ଯ୍ୟଟକ ନିଜ ଆସନରେ ଠିଆ ହୋଇ ଭୟଭୀତ ହୋଇ ଚିଲେଇବା ଆରମ୍ଭ କରିଥିଲେ। କିନ୍ତୁ ଶୀଘ୍ର ସେମାନଙ୍କ ମନରୁ ଏହି ଭୟ ଦୂରେଇ ଯାଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି। ପରେ ପର୍ଯ୍ୟଟକମାନେ ବାଘକୁ ନିକଟରେ ଦେଖି ଉପଭୋଗ କରିବାକୁ ଲାଗିଥିବା ସେ କହିଛନ୍ତି। ପର୍ଯ୍ୟଟକମାନେ ଆନନ୍ଦର ସହ ଏହି ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଯେହେତୁ ସଫାରି ବସ୍‌ର ଝରକାରେ ଜାଲି ରହିଥିଲା, ତେଣୁ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିଲେ ଏବଂ କୌଣସି ଅଘଟଣ ଘଟି ନ ଥିବା ବନ ବିଭାଗର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର...

‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ...

ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ...

ଓଡ଼ିଶା ସହ ଏମିତି ଥିଲା ରତନ ଟାଟାଙ୍କ ସମ୍ପର୍କ…

ମୁମ୍ବାଇ/ଭୁବନେଶ୍ୱର,(୧୦ା୧୦): ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬...

କମିନି ଡାକସେବାର ଗୁରୁତ୍ୱ

ପ୍ରତିବର୍ଷ ଅକ୍ଟୋବର ୯ରେ ସାରା ବିଶ୍ୱରେ ବିଶ୍ୱ ଡାକ ଦିବସ ପାଳନ କରାଯାଏ। ଭାରତରେ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଡାକ ସପ୍ତାହ ଭାବରେ ପାଳନ...

ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର

ଲଣ୍ଡନ: ଟିଜି ହୋଡ୍‌ସନ (୭୦) ନାମ୍ନୀ ଜଣେ ପୂର୍ବତନ ଷ୍ଟଣ୍ଟ ଓମ୍ୟାନ୍‌ ୪୮ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିଥିଲେ।...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବାୟୁସେନା

ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ...

ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ

ୱାଶିଂଟନ୍‌: ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍‌ ଜୋନ୍ସ ନିଜ ଝିଅ ଏଲିଜାବେଥ୍‌ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri