Categories: ଫୁରସତ

ଏହି ଜୀବର କେବଳ ଜିଭ ହାତୀ ଓଜନଠାରୁ ଅଧିକ, ଓଜନ ଜାଣିଲେ ଚକିତ ହେବେ…

ପଶୁମାନଙ୍କ ମଧ୍ୟରେ ହାତୀର ଓଜନ ବହୁତ ଅଧିକ। ଏସିଆର ହାତୀର ଓଜନ ୪୦୦୦ କିଗ୍ରା ହୋଇଥିବା ବେଳେ ଆଫ୍ରିକୀୟ ହାତୀର ୬୦୦୦ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାତୀ ପୃଥିବୀପୃଷ୍ଠରେ ଥିବା ସବୁଠୁ ଓଜନିଆ ଜୀବ ନୁହେଁ। କାରଣ ଏଭଳି ଏକ ଜୀବ ରହିଛି ଯାହାର କେବଳ ଜିଭର ଓଜନ ହାତୀର ଓଜନଠାରୁ ଅଧିକ। ତାହା ହେଲା ‘ବ୍ଲୁ ହ୍ବେଲ’।

ଗୋଟିଏ ବ୍ଲୁ ହ୍ବେଲର ଓଜନ ୧୮୦ ଟନ୍‌ ପର୍ଯ୍ୟନ୍ତ ହୋଇଥାଏ। ୫ କୋଟି ବର୍ଷ ପୂର୍ବେ ଏହାର ଉତ୍ପତ୍ତି ହୋଇଥିବା କୁହାଯାଏ। ଏହାର ହୃଦ୍‌ସ୍ପନ୍ଦନ ଏତେ ମାତ୍ରାରେ ହୋଇଥାଏ ଯେ ଦୁଇ ମାଇଲ ଦୂରରୁ ତାକୁ ଶୁଣିହୁଏ। ଥରକରେ ଏହା ୬ ଟନ୍‌ ଖାଦ୍ୟ ଖାଇଥାଏ। ୨୦୦ ଦିନ ଯାଏ ଏହା ବିନା ଖାଦ୍ୟରେ ବଞ୍ଚିପାରେ।

Share