ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ ଦେଖୁଛନ୍ତି। ଓ୍ବାର୍ଡ ଦୁଆର ମୁହଁରେ ରହି ସେମାନେ ଶଯ୍ୟାକୁ ଖାଦ୍ୟ ଫୋପାଡୁଛନ୍ତି। ନିମ୍ନମାନର ଖାଦ୍ୟ ଦେଉଛନ୍ତି। ପ୍ରତିବାଦ କଲେ ଧମକ ଚମକ ଦେଉଛନ୍ତି। ରୋଗୀ ଆତ୍ମହତ୍ୟା, ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା ଭଳି ଘଟଣାକୁ ନେଇ ବିବାଦରେ ରହି ଆସିଥିବା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ଏହାକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ସ୍ଥିତି। ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିକଟରେ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟର ୫ ମହଲାରେ ଥିବା କୁଷ୍ଠ ଓ୍ବାର୍ଡରେ ୨୪ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ଗୁରୁବାର ରାତିରେ ଯେଉଁ ରୁଟି ଏବଂ ତରକାରି ଦିଆଯାଇଥିଲା, ତାହା ଥିଲା ନିମ୍ନମାନର। ଏପରି କି ଆବଶ୍ୟକ ଅନୁଯାୟୀ ରୁଟି ମଧ୍ୟ ଦିଆଯାଇ ନ ଥିଲା। ରୋଗୀମାନେ ଏହାର ପ୍ରତିବାଦ କରିବାରୁ ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ଧମକଚମକ ଦେଇଥିଲେ। ସମ୍ପୃକ୍ତ କର୍ମଚାରୀମାନେ କୁଷ୍ଠ ରୋଗୀଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି। ଛୁଆଁ ଅଛୁଆଁ ଭାବ ରଖି ଦୂରରେ ରହି ରୋଗୀଙ୍କ ଶଯ୍ୟାକୁ ରୁଟି ଫିଙ୍ଗୁଥିବା ଅଭିଯୋଗ ହୋଇଛି, ଯାହା ତଦନ୍ତ ସାପେକ୍ଷ। ଏ ବିଷୟରେ ସୂଚନା ପାଇ ଚିକିତ୍ସାଳୟ ଖାଦ୍ୟ ଟେଣ୍ଡର କମିଟି ସଭ୍ୟ ସତ୍ୟସ୍ବରୂପ ଦାସ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଶୁକ୍ରବାର ଜିଲାପାଳଙ୍କୁ ଘଟଣାର ସମସ୍ତ ବିବରଣୀ ଲିଖିତ ଭାବେ ଜଣାଇଥିଲେ।
ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଡା. ଦାଶ କୁହନ୍ତି, ଘଟଣାର ତଦନ୍ତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଟେଣ୍ଡର ନେଇଥିବା ସଂସ୍ଥା ସହ ଆଲୋଚନା କରିବାକୁ ସୋମବାର ଡକାଯାଇଛି। ଚଳିତ ମାସରେ ଖାଦ୍ୟ ଟେଣ୍ଡର ନେଇଥିବା ସଂସ୍ଥାର ଅବଧି ଶେଷ ହେଉଛି। ଆସନ୍ତା ମାସରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଟେଣ୍ଡର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି। କୁଷ୍ଠରୋଗ ଆରୋଗ୍ୟସାଧ୍ୟ। ଠିକ୍‌ ସମୟରେ ଚିକିତ୍ସା କଲେ ରୋଗୀ ସୁସ୍ଥ ହୋଇପାରିବେ। ତେଣୁ ରୋଗୀଙ୍କୁ ଘୃଣା ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ କୁଷ୍ଠ ରୋଗୀଙ୍କୁ ଏଭଳି ବ୍ୟବହାର ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ବରଗଡ଼ ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର

ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image