ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୮ରୁ ୫୯ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଉଛି। ତେବେ ଟିକାକରଣକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୮ରୁ ୫୯ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୫୨ ହଜାର ଟିକା ଦିଆସରିଲାଣି ।
ଭୁବନେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ବର ଜିଲା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଆରମ୍ଭରୁ କୋଭିସିଲ୍ଡ଼ ଟିକା ଦିଆଯାଉଥିଲା । ତେଣୁ ସେମାନଙ୍କର ବୁଷ୍ଟର ଡୋଜ୍ ନେବା ପାଇଁ ସମୟ ହୋଇଗଲାଣି । ସେଥିପାଇଁ କୋଭିସିଲ୍ଡ଼ ଟିକା ଅଧିକ ଦରକାର ପଡୁଥିବା ବେଳେ ତେଣୁ କୋଭିସିଲ୍ଡ଼ ଟିକାର ଷ୍ଟକ ସରିଆସିଲାଣି ବୋଲି ବିଜୟ ପାଣିଗ୍ରାହୀ
କହିଛନ୍ତି।
ଆହୁରି ମଧ୍ୟ କହିଛନ୍ତି, ଆଉ ୨ ଦିନ ପର୍ଯ୍ୟନ୍ତ ହିଁ ଟିକାକରଣ ହୋଇପାରିବ । କିନ୍ତୁ କୋଭାକ୍ସିନ ଟିକା ୭ ଲକ୍ଷରୁ ଅଧିକ ଅଛି । ଯେଉଁଠି କୋଭାକ୍ସିନ ଦରକାର ହେଉଛି ସେଠାରେ ଟିକାକରଣ ଜାରି ରହିବ । ତେବେ ଦରକାର ଅନୁସାରେ କୋଭିସିଲ୍ଡ଼ ଓ କୋଭାକ୍ସିନ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ସେ କହିଛନ୍ତି।