Categories: ଖେଳ

ଉଦ୍‌ଘାଟନୀ ଉତ୍ସବରେ ହଜାରେରୁ କମ୍‌ ଭିଆଇପି

ଟୋକିଓ,୧୬।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏଥର ୧୦୦୦ରୁ କମ୍‌ ସଂଖ୍ୟକ ଭିଆଇପି ଓ ବିଦେଶୀ ମାନ୍ୟଗଣ୍ୟ ଅତିଥି ଯୋଗଦେବେ। ଏ ନେଇ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଜୁଲାଇ ୨୩ ତାରିଖରେ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଅତିଥିଙ୍କ ସଂଖ୍ୟା କମ୍‌ କରିବାକୁ ଆୟୋଜକମାନେ ପ୍ରୟାସ କରିଛନ୍ତି।
କୋଭିଡ୍‌-୧୯ କାରଣରୁ ଟୋକିଓ ଓ ଆଖପାଖ ପ୍ରାନ୍ତରେ ଷ୍ଟେଟ ଇମର୍ଜେନ୍ସି ବଳବତ୍ତର ରହିଛି। ଜାପାନ ସମ୍ରାଟ ନରୁହିଟୋ ଏଥିରେ ଯୋଗ ଦେଇ ଅଲିମ୍ପିକ୍ସ ଆରମ୍ଭ ହେବା ନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ବିଦେଶୀ ଅତିଥିଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ ଏହି ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ନ୍ୟାଶନାଲ ଷ୍ଟାଡିୟମରେ ୬୮,୦୦୦ ଲୋକ ବସିବାର ସୁବିଧା ରହିଛି। ତେବେ କରୋନ କାରଣରୁ ସୀମିତ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ରହିବେ। ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜନ ହେବ।

Share