ଦୁଇ ଡୋଜ୍‌ ମଧ୍ୟରେ କମ ସମୟ ସୀମା ଦ୍ୱାରା ବଢ଼ିବ ପ୍ରତିରୋଧକ ଶକ୍ତି…

ନୂଆଦିଲ୍ଲୀ,୫।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ଦିଆଯାଉଥିବା କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍‌ ଏବଂ ଦ୍ୱିତୀୟ ଡୋଜ୍‌ ମଧ୍ୟରେ କେତେ ଦିନର ସମୟ ଅନ୍ତର ରହିଲେ ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ପାଇଁ ପ୍ରଭାବଶାଳୀ ସାବସ୍ତ୍ୟ ହେବ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଲାନସେଟ୍‌ ପକ୍ଷରୁ ହୋଇଥିବା ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଦୁଇେ ଡାଜ୍‌ ମଧ୍ୟରେ ସମସ ସୀମା କମ୍‌ ରହିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହା ଦ୍ୱାରା ଡେଲ୍ଟା ଭାରିଆଣ୍ଟ୍‌ ବିରୋଧରେ ଲଢ଼େଇ ସହଜ ହୋଇ ପାରିବ। ତେଣୁ ଟିକାର ଦ୍ୱିତୀୟ ଡୋଜ୍‌ ଶୀଘ୍ର ନେବାକୁ ଲାନସେଟ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ଭାରତରେ କୋଭିଶିଲ୍ଡ ଟିକାର ଦୁଇ ଡୋଜ୍‌ ମଧ୍ୟରେ ଅନ୍ତରକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ରଖାଯାଇଛି। ଅପରପକ୍ଷରେ କୋଭାକ୍ସିନ୍‌ ଟିକାର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧ୍ୟାନ ୨୮ରୁ ୪୨ ଦିନ ରଖାଯାଇଛି। ଡୋଜ୍‌ ମଧ୍ୟରେ ସମୟ ଅନ୍ତର କମ୍‌ ରହିଲେ ଭାରତୀୟ ଡେଲ୍ଟା ଭାରିଆଣ୍ଟ୍‌ ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share