କମିଛି ଶୀତ

ଭୁବନେଶ୍ୱର,୨୭।୧୨: ରାଜ୍ୟରେ ଶୀତ କମିଥିବା ବେଳେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଏହାସହ ବିଭିନ୍ନ ଜିଲାରେ ଘନ କହୁଡି ଦେଖିବାକୁ ମିଳୁଛି। କୁହୁଡି ଯୋଗୁ ଯିବା ଆସିବାରେ ସମସ୍ୟା ହେଉଛି।
ମଙ୍ଗଳବାର ରାଜ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ କୋରାପୁଟ ସବୁଠୁ ଥଣ୍ଡା ସହର ଥିଲା। ସେଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଟୁଇନ୍‌ ସିଟିରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ମଙ୍ଗଳବାର ରାତିରେ ଭୁବନେଶ୍ୱରର ତାପମାତ୍ରା ୩୦. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୭.୫ ଡିଗ୍ରୀ ରେକର୍ଡ କରାଯାଇଛି।

Share