Categories: ଜାତୀୟ

ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରାଯାଉ, ଯଦି ଲାଭ ନ ଦେଲା ଆମେ ସଂଶୋଧନ କରିବାକୁ ପ୍ରସ୍ତୁତ : ରାଜନାଥ

ନୂଆଦିଲ୍ଲୀ,୨୫ା୧୨- ଏଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧନ ଦେଇ ସିନିୟର ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନ୍ଦୋଳନରତ କୃଷକଙ୍କୁ ଏକ ଅନୁରୋଧ କରିଛନ୍ତି। ନୂଆ କୃଷି ଆଇନକୁ ଗୋଟେ ବର୍ଷ ପାଇଁ କାର୍ଯ୍ୟକାରୀ କରାଯାଉ। ଚାଷୀଙ୍କୁ ଏହି ଆଇନ ଯୋଗୁ ଯଦି ଫାଇଦା ନ ହେଲା ଆମେ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବୁ ବୋଲି ରାଜନାଥ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷକୀ ଅବସରରେ ଭାଜପା ପକ୍ଷରୁ ଆୟୋଜିତ ରାଲିରେ ଯୋଗଦେଇ ରାଜନାଥ ନିଜକୁ ଜଣେ କୃଷକ ବୋଲି ଅବିହିତ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ମୋଦି ସରକାର ଚାଷୀଙ୍କ ସ୍ବାର୍ଥହାନୀ ହେଲା ଭଳି କିଛି କାର୍ଯ୍ୟ କରିବ ନାହିଁ। ଦିଲ୍ଲୀ-ହରିୟାଣା ସୀମାରେ ଧାରଣାରେ ବସିଥିବା ପ୍ରତ୍ୟେକ କୃଷକ ଓ ଚାଷୀ ପରିବାରରେ ହିଁ ଜନ୍ମ ହୋଇଛନ୍ତି। ସେମାନଙ୍କ ପ୍ରତି ଆମର ସମ୍ମାନ ରହିଛି ।

Share