ମୁମ୍ବାଇ,୧୮।୧୦: ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶିବସେନା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଏନେଇ ସୋମବାର ସଞ୍ଜୟ ରାଉତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜବାବ ମାଗିଛନ୍ତି। ଏହା ସହିତ ସଞ୍ଜୟ କହିଛନ୍ତି ଯେ, ସ୍ଥିତି ବିଗୁଡୁଥିବାବେଳେ ସରକାର ଚୁପ୍ ହୋଇ ବସି ରହିଛନ୍ତି। ରାଜ୍ୟରେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି। କଶ୍ମୀର ପଣ୍ଡିତ, ବିହାରବାସୀ ଏବଂ ଶିଖ୍ଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି।
ପାକିସ୍ତାନ କ୍ଷେତ୍ରରେ ସର୍ଜିକାଲ ଷ୍ଟ୍ରାଇକ୍ ହେଉଥିବାବେଳେ ଚାଇନାକୁ ନେଇ ସରକାର କାହିଁକି ଚୁପ୍ ରହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଇନା ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ସେ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଦେଶବାସୀଙ୍କୁ ଜମ୍ମୁ-କଶ୍ମୀର ଏବଂ ଲଦାଖର ସ୍ଥିତି ବିଷୟରେ ଜଣାଇବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।